ସାଉଥରେ ନିଜର ମନ୍ଦିର ନିର୍ମାଣ କରିବାକୁ ଚାହୁଁଛନ୍ତି ଉର୍ବଶୀ, କହିଲେ- DUରେ ମୋ ଫଟୋ ରଖି କରନ୍ତି ପୂଜା…

Published By : Prameya-News7 Bureau | April 17, 2025 IST

ମୁମ୍ବାଇ ୧୭।୦୪: ଭାରତୀୟ ସିନେମାରେ ଦିନକୁ ଦିନ ଖାସ୍‌ ପରିଚୟ ହାସଲ କରୁଛନ୍ତି  ଅଭିନେତ୍ରୀ-ମଡେଲ ଉର୍ବଶୀ ରୌତେଲା । ତାଙ୍କୁ ନେଇ ଏକ ଖବର ଚର୍ଚ୍ଚାରେ । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଉର୍ବଶୀ କହିଛନ୍ତି, ତାଙ୍କ ସମ୍ମାନରେ  ଉତ୍ତର ଭାରତରେ ଏକ ମନ୍ଦିର ନିର୍ମିତ ହୋଇଛି । ଲୋକେ ମନ୍ଦିରରେ ତାଙ୍କୁ ପୂଜା କରୁଛନ୍ତି । ଫଟୋରେ ଫୁଲ ମଧ୍ୟ ଚଢାଉଛନ୍ତି । ଦକ୍ଷିଣ ଭାରତରେ ମଧ୍ୟ ତାଙ୍କ ନାଁରେ ଏକ ମନ୍ଦିର ହେବ  ବୋଲି ସେ ଖୁବ୍‌ ଆଶାବାଦୀ । ଏହି ବୟାନକୁ ନେଇ ସୋସିଆଲ ମିଡିଆ ୟୁଜର୍‌  ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଉର୍ବଶୀ ଦକ୍ଷିଣ ଭାରତୀୟ ସିନେମାରେ ଧୀରେ ଧୀରେ ନିଜର ସ୍ଥିତି ଦୃଢ଼ କରୁଛନ୍ତି । 

ବାର୍ତ୍ତାଳାପରେ ସେ କହିଛନ୍ତି, ଚିରଞ୍ଜୀବି ଓ ବାଲାକ୍ରୀଷ୍ଣଙ୍କ ଭଳି ଷ୍ଟାର୍‌ଙ୍କ ସହ ସେ କାମ କରୁଛନ୍ତି । ଏହି କ୍ରମରେ ଖୁବ୍‌ଶୀଘ୍ର  ଦକ୍ଷିଣ ଭାରତରେ ତାଙ୍କର ଏକ ମନ୍ଦିର ନିର୍ମିତ ହୋଇପାରେ ବୋଲି ସେ  କହିଛନ୍ତି । ତେବେ ଭାରତରେ ପ୍ରଥମ ଥର କୌଣସି ସେଲିବ୍ରିଟିଙ୍କୁ ଫ୍ୟାନ୍‌ ପୂଜା କରିବା ଖବର ସାମ୍ନାକୁ ଆସିନାହିଁ । ଅନେକ ଦକ୍ଷିଣ ଭାରତୀୟ ଷ୍ଟାର୍‌ଙ୍କ  ସମ୍ମାନରେ ମନ୍ଦିର ନିର୍ମିତ ହୋଇଛି । 

୨୦୨୫ ଉର୍ବଶୀଙ୍କ ପାଇଁ ବେଶ ଭଲ ବର୍ଷ  ପ୍ରମାଣିତ ହୋଇଛି । ଫିଲ୍ମ, ମ୍ୟୁଜିକ୍‌ ଓ ବିଶ୍ୱସ୍ତରୀୟ ପ୍ରୋଜେକ୍ଟ ମାଧ୍ୟମରେ ସେ ଲାଇମ୍‌ଲାଇଟ୍‌ରେ ଅଛନ୍ତି । ତାଙ୍କ ଅଭିନୀତ ‘ଡାକୁ ମହାରାଜ’ ୧୦୦ କୋଟି   କ୍ଲବ୍‌ରେ ଏଣ୍ଟ୍ରି କରିଥିଲା । ନିକଟରେ ସେ ‘ଜାଟ୍‌’ରେ ନଜର ଆସିଛନ୍ତି । ତାଙ୍କ  ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ‘ୱେଲ୍‌କମ-୩’, ‘ବାପ୍‌’, ‘ଇନ୍‌ସପେକ୍ଟର   ଅବିନାଶ-୨’, ପରବୀନ ବାବୀଙ୍କ ବାୟୋପିକ୍‌ ଏବଂ ଜାସନ୍‌ ଡେରୁଲୋଙ୍କ  ସହ ଏକ ମ୍ୟୁଜିକ୍‌ ଭିଡିଓ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.